କନ୍ଧ ସମାଜ: (The Society of Kandha)

ଗୋଷ୍ଠୀ ଜୀବନ ହେଉଛି କନ୍ଧମାନଙ୍କର ମୁଖ୍ୟ ବିଶେଷତ୍ଵ । କନ୍ଧମାନେ ଗାଁରେ। ମିଳିମିଶି ଏକତ୍ର ବାସ କରନ୍ତି । ଜଣେ ଅସୁବିଧାରେ ପଡ଼ିଲେ ଅନ୍ୟମାନେ ସାହାଯ୍ୟ ସହଯୋଗ କରନ୍ତି ଏବଂ ପରସ୍ପରର ସହଯୋଗରେ କନ୍ଧମାନଙ୍କ ଗୋଷ୍ଠୀ ଜୀବନ ସୁନ୍ଦର ହୋଇଉଠେ । । ପ୍ରତି କନ୍ଧ ଗାଁରେ ମୁଖ୍ୟତଃ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଥାଏ । ସେଇଟା ହେଉଛି ଧରଣୀ । ସାଧାରଣତଃ ଗ୍ରାମର ମଧ୍ୟ ଭାଗରେ ଏବଂ ଗାଁ ମୁଖିଆଙ୍କ ଘର ସାମ୍ମାରେ ଅବସ୍ଥିତ ଥାଏ । । ଧରଣୀ ହେଉଛି ଦେବ ତାଙ୍କ ଆସ୍ଥାନ । ଏଠି ଗ୍ରାମ ଦେବତା ପୂଜା ପାଆନ୍ତି । କନ୍ଧମାନଙ୍କ ଗ୍ରାମ ଦେବତା ହେଉଛନ୍ତି ‘ଧରଣୀ ବା ଜାଡେନ’ । କନ୍ଧ ମାନେ ବହୁ ଦେବାଦେବୀଙ୍କୁ ଆରାଧନା କରନ୍ତି । ମାତ୍ର ‘ଧରଣୀ ବା ଜାଡେନ’ ହେଉଛନ୍ତି ସର୍ବମାନ୍ୟ ଓ ସର୍ବପୂଜ୍ୟ ଦେବତା । ଏହି ଦେବତାଙ୍କୁ ଆଧାର କରି କନ୍ଧମାନେ ଅନ୍ୟ ଦେବାଦେବୀଙ୍କୁ ପୂଜା ଆରାଧନା କରନ୍ତି । ଗାଁଟିଏ ପ୍ରତିଷ୍ଠା ହେବା ଦିନଠାରୁ ‘ଧରଣୀ ବା ଜାଡେନ’ ଦେବତା ପୂଜା ପାଇ ଆସନ୍ତି । କନ୍ଧ ମାନେ ସେମାନଙ୍କ ଗ୍ରାମ ଦେଦତୀ, ଦେବତା, ଜଙ୍ଗଲର ଡଙ୍ଗର ଦେବତାଙ୍କୁ ପୂଜା କରନ୍ତି । ଏହାଛଡା କନ୍ଧମାନେ ତୁମା ଦେବତାଙ୍କୁ ପୂଜା କରନ୍ତି । ପୂର୍ବପୁରୁଷଙ୍କ ପ୍ରେତାତ୍ମାଙ୍କୁ କନ୍ଧମାନେ ‘ଡୁମା’ ଭାବେ ପୂଜା କରନ୍ତି । କନ୍ଧମାନେ ଦେବାଦେବୀଙ୍କୁ ପଶୁପକ୍ଷୀ ବଳି ଦେଇ ସନ୍ତୁଷ୍ଟ କରନ୍ତି । କୁକୁଡ଼ା, ଛେଳି, ମେଣ୍ଟା, ଘୁଷୁରୀ ଆଦି ପଶୁପକ୍ଷୀଙ୍କୁ କନ୍ଧମାନେ ଦେବତାଙ୍କ ପାଖରେ ବଳି ଭୋଗ ଲଗାନ୍ତି ।

ପୂର୍ବରୁ ପ୍ରତି ପରିଜା ଗାଁରେ ଅବିବାହିତ ଯୁବକମାଚଙ୍କ ପାଇଁ ଏକ ବିରାଟ ଶୋଇବା ଘର ଥିଲା, ତାକୁ ଧାଙ୍ଗଡା ବସା କୁହାଯାଉଥିଲା । ଏହା ଏକ ବହୁତ ବଡ଼ ଏବଂ ଗୋଟିକିଆ ଘର: ଏଥିରେ ରାତିରେ ଗାଁର ସମସ୍ତ ଅବିବାହିତ ପରଜା ଯୁବକମାନେ ଏକତ୍ର ହୋଇ ଶୋଇଥାନ୍ତି । ସେହିପରି ପ୍ରତି ଗାଁରେ ଅବିବାହିତ କନ୍ଧ ଯୁବତୀମାନଙ୍କ ପାଇଁ ଏକ ଧାଙ୍ଗଡି ବସା ଥିଲା । ଗାଁର ସମସ୍ତ କନ୍ଧ ଯୁବତୀମାନେ ଏହି ବସାଘରେ ଏକତ୍ର ଶୟନ କରୁଥିଲେ । ଧାଙ୍ଗଡାମାନେ ‘ଧାଙ୍ଗଡା ବସାଘରେ’ ଏବଂ ଧାଙ୍ଗିତିମାନେ ‘ଧାଙ୍ଗିତି ବସା ଘରେ’ ଶୟନ କରୁଥିଲେ । ତେବେ ଏଥିରେ କୌଣସି ଅନିୟମିତତା ହେଉ ନଥିଲା । ଯୁବକମାନେ କେବେ ବି ଯୁବତୀମାନଙ୍କ ବସା ଘରେ ଶୟନ କରନ୍ତି ନାହିଁ କି ଯୁବତୀମାନେ ଯୁବକମାନଙ୍କ ବସା ଘରେ ଶୋଇ ନଥାନ୍ତି । ତେବେ ସନ୍ଧ୍ୟାରେ ଗ୍ରାମର ଗ୍ରାମ ସଭା ସ୍ଥଳ ସମସ୍ତ କନ୍ଧ ଯୁବକ, ଯୁବତୀମାନେ ଏକତ୍ର ସାଙ୍ଗ ହୋଇକି ନାଚ, ଗୀତ କରିଥାନ୍ତି ଓ ମଜା ଉଠେଇଥାନ୍ତି । ପ୍ରେମ ଗୀତ ଓ ନାଚ ମାଧ୍ୟମରେ ଯୁବକ ଯୁବତୀମାନେ ପରସ୍ପର ପରସ୍ପର ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଘଟେ । ପ୍ରଶ୍ନ-ଉତ୍ତର ଭଳି ସେମାନେ ଗୀତ ବୋଲିଥାନ୍ତି, ଯାହାକୁ ଲଗା ଗୀତ କହନ୍ତି । ସେମାନଙ୍କ ମଧ୍ୟରେ ଶୀତ ପ୍ରତିଯୋଗିତା ହୁଏ ଏବଂ ସେମାନେ ନାଚି ନାଚି କ୍ରମେ ହାଲିଆ ହୋଇଗଲା ପରେ ନିଜନିଜର ବସାଘରକୁ ବିଶ୍ରାମ ନେବାକୁ ଯାଆନ୍ତି । ବର୍ଷମାନ ପରିପ୍ରେକ୍ଷୀରେ, ଧାଙ୍ଗତା ବସା ଓ ଧାଙ୍ଗିତି ବସାର ପ୍ରାସଙ୍ଗିକତା ନାହିଁ । ଏହି ପରମ୍ପରା ଏବେ କୌଣସି ଅଞ୍ଚଳରେ ଆଉ ଦେଖିବାକୁ ମିଳୁନାହିଁ ।

ଯାନୀ:

(Jani; The Village Priest)

କନ୍ଧ ଗାଁରେ ଦୁଇ ପ୍ରକାର ମୁଖିଆ ଥାଆନ୍ତି । ଧାର୍ମିକ ବ୍ୟବସ୍ଥାର ନିୟନ୍ତ୍ରଣ ନେଇ ଗାଁରେ ଜଣେ ମୁଖିଆ ଥାଆନ୍ତି । ତାଙ୍କୁ ଯାନୀ କହନ୍ତି । ଯାନୀ ହେଉଛନ୍ତି ଗାଁ ମୁଖିଆ ଏବଂ ପୂଜକ । ଏମାନେ ଗାଁର ପୂଜାରୀ । ଗାଁର ସମସ୍ତ ପ୍ରକାର ପୂଜା ପର୍ବ ବେଳେ ଯାନୀମାନେ ଦେବାଦେବୀଙ୍କୁ ପୂଜା କରନ୍ତି । ପୂଜା ବାବଦକୁ ଯାନୀମାନଙ୍କୁ କିଛି ଜମି ଭୋଗ କରିବାକୁ ଦିଆଯାଇଥାଏ । ପୂର୍ବ କାଳରେ ରାଜାମାନେ ଠାକୁର ପୂଜା ନିମନ୍ତେ ଯାନୀ ବା ପୂଜକମାନଙ୍କୁ ଜମି ପ୍ରଦାନ କରିଥିଲେ । ପ୍ରତି କନ୍ଧ ଗାଁରେ ଥିବା ଦେବାଦେବୀଙ୍କୁ ଯାନୀମାନେ ପୂଜା କରିଥାନ୍ତି । ଦେବାଦେବୀଙ୍କ କୃପା ଲାଭ ପାଇଁ, ରୋଗ, ବଇରାଗରୁ ରକ୍ଷା ପାଇଁ, ଗାଈ, ଗୋରୁଙ୍କ ଆରୋଗ୍ୟ ପାଇଁ, ଭଲ ଫସଲ ପାଇଁ, ଭଲ ବର୍ଷା ପାଇଁ ଯାନୀମାନେ ଦେବତାମାନଙ୍କ ପୂଜା କରନ୍ତି ଏବଂ ଗ୍ରାମର ମଙ୍ଗଳ କାମନା କରନ୍ତି । ତେବେ ଯାନୀମାନଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଗଲେ ସେମାନେ ଆଉ ପୂଜା କରିବାକୁ ଯୋଗ୍ୟ ହୋଇ ନଥାନ୍ତି । ତାଙ୍କ ଅନ୍ତେ ତାଙ୍କ ପୁତ୍ର କିମ୍ବା ଉତ୍ତରାଧିକାରୀମାନଙ୍କୁ ପୂଜାରୀ ଭାବେ ନିଯୁକ୍ତ କରାଯାଏ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
3,757FollowersFollow
20,700SubscribersSubscribe
- Advertisement -spot_img

Latest Articles

error: Content is protected !!