ବାରଭାଇ ନାଦ ନଦୀ ପ୍ରବାହିତ କଳକଳ ନାଦିନୀ । ନଦୀଟି ଚିରସ୍ରୋତା ନୁହେଁ ମାତ୍ର ଏହା ଶିକା ପ୍ରଗଣା ଅଞ୍ଚଳରେ ବସବାସ କରୁଥିବା ଶିକା କନ୍ଧ ମାନଙ୍କ ଜୀବନଚର୍ଯ୍ୟା ତଥା ସଂସ୍କୃତିକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ ବରଗାଁ ସନ୍ନିକଟ ନାଦନଦୀ କୂଳରେ ଆଗରୁ ରହିଥିଲା । ଶିକାକନ୍ଧ ମାନଙ୍କ ବସତି ଶିକାପତ୍ରାପାଲି ଏବେ ସେହି ସ୍ଥାନକୁ ଗୋଳାବାରୁଦ କାରଖାନା ଅଧିଗ୍ରହଣ କରିବାରୁ ପଛକୁ ଦୁଇକିଲୋମିଟର ଏହି ବସତି ସ୍ଥାନାନ୍ତରିତ ହୋଇଛି ଲାଛନଦୀ ପାଖାପାଖୁ ଅଞ୍ଚଳରେ ଯେଉଁମାନେ ଆଜି ଶିକାକନ୍ଧ ନାମରେ ପରିଚିତ ଏମାନେ ମୂଳତଃ ଦେଶ କନ୍ଧ । ସଇଁନ୍ତଲା ଜମିଦାର ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଅନେକ ପର୍ବପର୍ବାଣୀ ଭିତରେ ଶିକା କନ୍ଧ ର ମୂଖ୍ୟପର୍ବ ହେଉଛି ଦେଶ ଯାତ୍ରା । ଏହା ପ୍ରକୃତରେ ଏହି ସମ୍ପ୍ରଦାୟର ସଂହତିର ସ୍ଵାକ୍ଷର ବହନ କରିଥାଏ । ଅନୁମାନ କରାଯାଏ ଯେ ଦେଶଯାତ୍ରା ସଇଁନ୍ତଲା ଉମରିଆ ଜମିଦାରଙ୍କ ପୃଷ୍ଠପୋଷକତାରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶନ୍ଧୀରେ ଆରମ୍ଭ ହୋଇଥିଲା । ତଦନୁଯାୟୀ ସଇଁନ୍ତଲା ଉମରା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଅନୁମେୟ । କିମ୍ବଦନ୍ତୀ କହେ ସଇଁନ୍ତଲା ଠାରେ କନ୍ଧ ସର୍ଦାର ଉମରା ମର୍ଯ୍ୟଦାରେ ପାଟଣା ମହାରାଜାଙ୍କ ଦ୍ଵାରା ଅବସ୍ତାପିତ ହୋଇଥିଲେ। ସେତେବେଳେ ସେମାନେ ଥିଲେ ଭୋଇ । ସଇଁନ୍ତଲା ଉମରା କନ୍ଧବାହିନୀ ନେଇ ରାଜାଙ୍କ ପାଇଁ ଯୁଦ୍ଧ ଭୂମିକୁ ଯାଉଥିଲେ। ଥରେ ସଇଁନ୍ତଲା ଉମରା ଯୁଦ୍ଧ କ୍ଷେତ୍ରରେ ଏପରି ବୀରତ୍ବ ପ୍ରତିପାଦନ କଲେ ଯେ, ମହାରାଜା ନିଜେ ପ୍ରୀତ ହୋଇ ତାଙ୍କୁ କହିଲେ ତମେ ଆଜି ଯେଉଁ ବୀରତ୍ଵ ଓ ସାହସ ପ୍ରଦର୍ଶନ କଳ ତାହା କୌଣସି କ୍ଷତ୍ରୀୟ ସେନାପତି ଦ୍ଵାରା ବି ସମ୍ଭବ ନୁହେଁ । ତୁମକୁ ଆଜି କ୍ଷତ୍ରୀୟ ତଥା ଉମରାରୁ ଜମିଦାରର ମର୍ଯ୍ୟାଦା ପ୍ରଦାନ କରାଗଲା । ଏହାପରେ ସଇଁନ୍ତଲା ଉମରା ଭୋଇ ପରିବର୍ତ୍ତେ ସିଂ ଭୋଇ ହୋଇ ଜମିଦାରର ମାନ୍ୟତା ପ୍ରାପ୍ତ ହୋଇଥିବାର ଜଣାଯାଏ । ଏବେ ଏହିବଂଶ ଷଷ୍ଣପିଡି ଶିକାକନ୍ଧ ମାନଙ୍କ ଦ୍ଵାରା ଜମିଦାରର ମାନ୍ୟତା ପାଉଛନ୍ତି ଓ ଜମିଦାର ନିଜେ ହେଉଛନ୍ତି ଦେଶ କନ୍ଧ ବର୍ଗର ଜଣେ ଶିକାକନ୍ଧ । ଲୋକ କଥାରେ ଅଛି ‘ବାର ଭାଇ ବତିଶ କନ୍ଧ ।” ଏହି ବାର ଭାଇ ନାଦନଦୀ ସହିତ ଜଡ଼ିତ । ତେଣୁ ନାଦ ନଦୀକୁ । ବାରଭାଇ ନାଦ ବୋଲି ଶିକାକନ୍ଧ ଅଭିହିତ କରିଥାଏ ଜନଶ୍ରୁତିରୁ ଜଣାଯାଏ ଯେ କନ୍ଧ (ଶିକା) ବାର ଭାଇ ଥରେ ଗୋଟିଏ ପୁଷ୍କରିଣୀ(ମୁଡା) ଖୋଳୁଥିଲେ । ଖନନ ସମୟରେ ହଠାତ୍ ସେଠାରୁ ଗୋଟିଏ ସ୍ରୋତର ଉତ୍ପନ ହୋଇଛି । ଯୋରରେ ପ୍ରବାହିତ ହେଲା । ଶିକାକନ୍ଧ ବିଶ୍ୱାସ କରେ ଯେ, ସେଇଠୁ ସୃଷ୍ଟିହେଲା ନାଦନଦୀ । ତାର ପ୍ରବାହ ଏତେ ପ୍ରଖର ଥିଲା ଯେ, ପୁଷ୍କରିଣୀ ଖୋଳୁଥିବା ବାରଭାଇ କନ୍ଧ ସେଥିରେ ଭାସିଯାଇ ମୃତ୍ୟୁବରଣ କଲେ । ସେମାନଙ୍କ ଶବ ନାଦନଦୀର ଯେଉଁ ସ୍ଥାନ ମାନଙ୍କରେ ଅଟକିଗଲା ସେଠାରେ ବାସ କରୁଥିବା ଦେଶକନ୍ଧ ତାକୁ ଦେବତା ରୂପେ ପୂଜା କରି ଚିହ୍ନିତ ଶବର ନାମାନୁସାରେ ଶିକା ବର୍ଗ ବା ବଂଶ ଧାରଣ କଲା । ଏହି ପରି ବାରବଂଶର ଶିକାକନ୍ଧ ଏବେ ମଧ୍ୟ ରହିଛନ୍ତି । ଏ ସମସ୍ତେ ସମଗୋତ୍ରି । ଏପରି ବାରଭାଇ ଶିକାବଂଶ ହେଲେ – (୧) ପାଟଶିକା (୨) ସୀତଶିକା (୩) ମରାଶିକା (୪) ବିଡ଼ୋଶିକା (୫) ମୁକିଆଶିକା (୬) ବଣ୍ଡିଆଶିକା (୭) ଗୁକାଶିକା (୮) ସିପ୍ରକାଶିକା (୯) ଆତାମିଲା ଶିକା (୧୦) ରୁମିଲା ଶିକା (୧୧) ଶିଆଲିଙ୍ଗିଆଶିକା (୧୨) ମାରୋଦାଶିକା । ଶିକାକନ୍ଧ ମାନଙ୍କ ଠାରୁ ଜଣାଯାଏ ଯେ ଶିକା ବର୍ଗ ଧାରଣ ପୂର୍ବରୁ ସେମାନଙ୍କ ପୂର୍ବ ପୁରୁଷ (ଦେଶ କନ୍ଧ) ଏବକର ବଉଦ କନ୍ଧମାଳ ଅଂଚଳରୁ ଆସି ରାଜପୃଷ୍ଠ ପୋଷକତାରେ ସଇଁତଳା ଅଞ୍ଚଳରେ ବସତି ସ୍ଥାପନ କରିଥିଲେ । ସଇଁନ୍ତଲା ଉମରା, ଜମିଦାରୀ ଚାରିଗୋଟୀ ପ୍ରଗଣା ମଧ୍ୟରେ ଅବସ୍ଥିତ । ଘୁନସର ଅଞ୍ଚଳ ଥିଲା ମାଝି ପ୍ରଗଣା, ଟିକ୍ରାପଡ଼ା ଅଞ୍ଚଳ ସେରମେଲକା ପ୍ରଗଣା, ବେଲଗାଁ ଥିଲା ଗାଁକା ପ୍ରଗଣା ଓ ମଧୁପୁର ଅଞ୍ଚଳ ଥୁଲା ପ୍ରଧାନୀ ପ୍ରଗଣ। ସବୁଠି କନ୍ଧ ସର୍ଦାର ମାନେ ର୍ଗତି ଉପଭୋଗ କରୁଥିଲେ । ମଧ୍ୟସ୍ଥଳ ରେ ଅବସ୍ଥିତ ସଇଁନ୍ତଲା ଉମରା ଥିଲେ ମୁଖ୍ୟ ବାରିଭାଇ (ବାରବଂଶ) ପରମ୍ପରାରେ ଛଅଶିକା (ଭାଇ) ଲାନ୍ତ ନଦୀର ଉତ୍ତର ପଟେ ଓ ଛଅଭାଇ ଦକ୍ଷିଣ ପଟେ ରହିଲେ (ମଝିରେ ପ୍ରବାହିତ ନାଦନଦୀ) ପ୍ରଚଳିତ ସାର୍ବଜନୀନ ବିସ୍ଵାସରେ ମଣିଷ ଶିଶୁଟିଏ ଏକୋଇଶ ଦିନ ଭିତରେ ପ୍ରଥମେ ମାକୁ ଚିହ୍ନିଥାଏ ଏକୋଇଶ ଦିନ ପରେ ସେ ତାର ବାପାକୁ ଚିହ୍ନିବାର ପ୍ରାରମ୍ଭ କରେ ସେହିପରି ବଣ ଜଙ୍ଗଲରେ ପ୍ରାକୃତିକ ପ୍ରବୃଭିରେ ବାସ କରୁଥିବା ଆଦିମ ଅଧିବାସୀ କନ୍ଧ ସଂପ୍ରଦାୟ ପ୍ରଥମେ ଚନ୍ଦ୍ର, ସୂର୍ଯ୍ୟ, ମାଟି, ବୃକ୍ଷ ପ୍ରଭୃତି ପ୍ରାକୃତିକ ଉପାଦାନର ପୂଜନ ପରେ ଶକ୍ତି ଆରାଧନାକୁ ସଂସ୍କୃତିର ଅଂଶରୂପେ ଗ୍ରହଣ କଲେ । ଯେଉଁ ପ୍ରକାରେ ବି ହେଉ ଶକ୍ତି ଆରାଧନାର ପ୍ରାଧାନ୍ୟ ରହିଥିଲା କନ୍ଧ ସଂସ୍କୃତିରେ ଧରନୀ- ପେନୁ ମାତୃରୂପରେ ପୂଜୀତା । କନ୍ଧ ସଂପ୍ରଦାୟରେ ଏହି ଉପାସନା ଅଦ୍ୟାବଧ ପ୍ରବାହିତ । ଶିକାକନ୍ଧର ଦେଶଯାତ୍ରାରେ ଉପାସନା କ୍ଷେତ୍ରରେ ଟିକିଏ ଭିନ୍ନତା ପରିଲକ୍ଷିତ ହୁଏ ଯାହାକି ଚିନ୍ତନ କ୍ଷେତ୍ରରେ ସଂସ୍କାର ଧର୍ମୀ । ଏଇଠି ବି ମେରିଆ ପରମ୍ପରା ରହିଥିଲା । ବଳି ପରମ୍ପରା ଏବେବି ରହିଛି ମାତ୍ର ଶକ୍ତି ସହିତ ପିତାଙ୍କ ଅସ୍ତିତ୍ବକୁ ଏଇଠି ଅନୁଭବ କରାଯାଏ । ଏ କ୍ଷେତ୍ରରେ ଅନୁଭବର କଥାଟିଏ ମା ସହିତ ବାପା (ସ୍ରଷ୍ଟା) ଏଇଠି ଧର୍ମିୟ ଧାରଣା କୁ ପ୍ରବେଶ କରିବାର ଦ୍ଵାରଟିଏ କରିବାର ଅନୁଭୂତ ହୁଏ କେବଳ ଶକ୍ତି ଆରାଧନା କରୁଥିବା କନ୍ଧ ସଂପ୍ରଦାୟ ଭିତରେ ଅପର ପକ୍ଷରେ ଏଇଠି ଧର୍ମିୟ ଚେତନା ମାଧ୍ୟମରେ ଭାତୃଭାବ, ଐକ୍ୟବଦ୍ଧ ଜୀବନ ଚର୍ଯ୍ୟା ଓ ସଂହତିର ପ୍ରତୀକ ରୂପରେ ଶିକାକନ୍ଧର ଦେଶ ଯାତ୍ରାକୁ ଗ୍ରହଣ କରାଯାଇପାରେ । ଦେଶ ଯାତ୍ରା ଦୁଇଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥାଏ ବରଗାଁରେ । ଏହି ପର୍ଯ୍ୟାୟରେ ନାଦନଦୀର ଅପରପାର୍ଶ୍ଵ (ଦକ୍ଷିଣପଟେ) ବାସ କରୁଥିବା ଛଅ ଶିକା ଭାର ଦାୟିତ୍ବ ନେଇଥାନ୍ତି ।
ବାରଭାଇ ନାଦ ନଦୀ ପ୍ରବାହିତ କଳକଳ ନାଦିନୀ । ନଦୀଟି ଚିରସ୍ରୋତା ନୁହେଁ ମାତ୍ର ଏହା ଶିକା ପ୍ରଗଣା ଅଞ୍ଚଳରେ ବସବାସ କରୁଥିବା ଶିକା କନ୍ଧ ମାନଙ୍କ ଜୀବନଚର୍ଯ୍ୟା ତଥା ସଂସ୍କୃତିକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ ବରଗାଁ ସନ୍ନିକଟ ନାଦନଦୀ କୂଳରେ ଆଗରୁ ରହିଥିଲା । ଶିକାକନ୍ଧ ମାନଙ୍କ ବସତି ଶିକାପତ୍ରାପାଲି ଏବେ ସେହି ସ୍ଥାନକୁ ଗୋଳାବାରୁଦ କାରଖାନା ଅଧିଗ୍ରହଣ କରିବାରୁ ପଛକୁ ଦୁଇକିଲୋମିଟର ଏହି ବସତି ସ୍ଥାନାନ୍ତରିତ ହୋଇଛି ଲାଛନଦୀ ପାଖାପାଖୁ ଅଞ୍ଚଳରେ ଯେଉଁମାନେ ଆଜି ଶିକାକନ୍ଧ ନାମରେ ପରିଚିତ ଏମାନେ ମୂଳତଃ ଦେଶ କନ୍ଧ । ସଇଁନ୍ତଲା ଜମିଦାର ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଅନେକ ପର୍ବପର୍ବାଣୀ ଭିତରେ ଶିକା କନ୍ଧ ର ମୂଖ୍ୟପର୍ବ ହେଉଛି ଦେଶ ଯାତ୍ରା । ଏହା ପ୍ରକୃତରେ ଏହି ସମ୍ପ୍ରଦାୟର ସଂହତିର ସ୍ଵାକ୍ଷର ବହନ କରିଥାଏ । ଅନୁମାନ କରାଯାଏ ଯେ ଦେଶଯାତ୍ରା ସଇଁନ୍ତଲା ଉମରିଆ ଜମିଦାରଙ୍କ ପୃଷ୍ଠପୋଷକତାରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶନ୍ଧୀରେ ଆରମ୍ଭ ହୋଇଥିଲା । ତଦନୁଯାୟୀ ସଇଁନ୍ତଲା ଉମରା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଅନୁମେୟ । କିମ୍ବଦନ୍ତୀ କହେ ସଇଁନ୍ତଲା ଠାରେ କନ୍ଧ ସର୍ଦାର ଉମରା ମର୍ଯ୍ୟଦାରେ ପାଟଣା ମହାରାଜାଙ୍କ ଦ୍ଵାରା ଅବସ୍ତାପିତ ହୋଇଥିଲେ। ସେତେବେଳେ ସେମାନେ ଥିଲେ ଭୋଇ । ସଇଁନ୍ତଲା ଉମରା କନ୍ଧବାହିନୀ ନେଇ ରାଜାଙ୍କ ପାଇଁ ଯୁଦ୍ଧ ଭୂମିକୁ ଯାଉଥିଲେ। ଥରେ ସଇଁନ୍ତଲା ଉମରା ଯୁଦ୍ଧ କ୍ଷେତ୍ରରେ ଏପରି ବୀରତ୍ବ ପ୍ରତିପାଦନ କଲେ ଯେ, ମହାରାଜା ନିଜେ ପ୍ରୀତ ହୋଇ ତାଙ୍କୁ କହିଲେ ତମେ ଆଜି ଯେଉଁ ବୀରତ୍ଵ ଓ ସାହସ ପ୍ରଦର୍ଶନ କଳ ତାହା କୌଣସି କ୍ଷତ୍ରୀୟ ସେନାପତି ଦ୍ଵାରା ବି ସମ୍ଭବ ନୁହେଁ । ତୁମକୁ ଆଜି କ୍ଷତ୍ରୀୟ ତଥା ଉମରାରୁ ଜମିଦାରର ମର୍ଯ୍ୟାଦା ପ୍ରଦାନ କରାଗଲା । ଏହାପରେ ସଇଁନ୍ତଲା ଉମରା ଭୋଇ ପରିବର୍ତ୍ତେ ସିଂ ଭୋଇ ହୋଇ ଜମିଦାରର ମାନ୍ୟତା ପ୍ରାପ୍ତ ହୋଇଥିବାର ଜଣାଯାଏ । ଏବେ ଏହିବଂଶ ଷଷ୍ଣପିଡି ଶିକାକନ୍ଧ ମାନଙ୍କ ଦ୍ଵାରା ଜମିଦାରର ମାନ୍ୟତା ପାଉଛନ୍ତି ଓ ଜମିଦାର ନିଜେ ହେଉଛନ୍ତି ଦେଶ କନ୍ଧ ବର୍ଗର ଜଣେ ଶିକାକନ୍ଧ । ଲୋକ କଥାରେ ଅଛି ‘ବାର ଭାଇ ବତିଶ କନ୍ଧ ।” ଏହି ବାର ଭାଇ ନାଦନଦୀ ସହିତ ଜଡ଼ିତ । ତେଣୁ ନାଦ ନଦୀକୁ । ବାରଭାଇ ନାଦ ବୋଲି ଶିକାକନ୍ଧ ଅଭିହିତ କରିଥାଏ ଜନଶ୍ରୁତିରୁ ଜଣାଯାଏ ଯେ କନ୍ଧ (ଶିକା) ବାର ଭାଇ ଥରେ ଗୋଟିଏ ପୁଷ୍କରିଣୀ(ମୁଡା) ଖୋଳୁଥିଲେ । ଖନନ ସମୟରେ ହଠାତ୍ ସେଠାରୁ ଗୋଟିଏ ସ୍ରୋତର ଉତ୍ପନ ହୋଇଛି । ଯୋରରେ ପ୍ରବାହିତ ହେଲା । ଶିକାକନ୍ଧ ବିଶ୍ୱାସ କରେ ଯେ, ସେଇଠୁ ସୃଷ୍ଟିହେଲା ନାଦନଦୀ । ତାର ପ୍ରବାହ ଏତେ ପ୍ରଖର ଥିଲା ଯେ, ପୁଷ୍କରିଣୀ ଖୋଳୁଥିବା ବାରଭାଇ କନ୍ଧ ସେଥିରେ ଭାସିଯାଇ ମୃତ୍ୟୁବରଣ କଲେ । ସେମାନଙ୍କ ଶବ ନାଦନଦୀର ଯେଉଁ ସ୍ଥାନ ମାନଙ୍କରେ ଅଟକିଗଲା ସେଠାରେ ବାସ କରୁଥିବା ଦେଶକନ୍ଧ ତାକୁ ଦେବତା ରୂପେ ପୂଜା କରି ଚିହ୍ନିତ ଶବର ନାମାନୁସାରେ ଶିକା ବର୍ଗ ବା ବଂଶ ଧାରଣ କଲା । ଏହି ପରି ବାରବଂଶର ଶିକାକନ୍ଧ ଏବେ ମଧ୍ୟ ରହିଛନ୍ତି । ଏ ସମସ୍ତେ ସମଗୋତ୍ରି । ଏପରି ବାରଭାଇ ଶିକାବଂଶ ହେଲେ – (୧) ପାଟଶିକା (୨) ସୀତଶିକା (୩) ମରାଶିକା (୪) ବିଡ଼ୋଶିକା (୫) ମୁକିଆଶିକା (୬) ବଣ୍ଡିଆଶିକା (୭) ଗୁକାଶିକା (୮) ସିପ୍ରକାଶିକା (୯) ଆତାମିଲା ଶିକା (୧୦) ରୁମିଲା ଶିକା (୧୧) ଶିଆଲିଙ୍ଗିଆଶିକା (୧୨) ମାରୋଦାଶିକା ।
ଶିକାକନ୍ଧ ମାନଙ୍କ ଠାରୁ ଜଣାଯାଏ ଯେ ଶିକା ବର୍ଗ ଧାରଣ ପୂର୍ବରୁ ସେମାନଙ୍କ ପୂର୍ବ ପୁରୁଷ (ଦେଶ କନ୍ଧ) ଏବକର ବଉଦ କନ୍ଧମାଳ ଅଂଚଳରୁ ଆସି ରାଜପୃଷ୍ଠ ପୋଷକତାରେ ସଇଁତଳା ଅଞ୍ଚଳରେ ବସତି ସ୍ଥାପନ କରିଥିଲେ । ସଇଁନ୍ତଲା ଉମରା, ଜମିଦାରୀ ଚାରିଗୋଟୀ ପ୍ରଗଣା ମଧ୍ୟରେ ଅବସ୍ଥିତ । ଘୁନସର ଅଞ୍ଚଳ ଥିଲା ମାଝି ପ୍ରଗଣା, ଟିକ୍ରାପଡ଼ା ଅଞ୍ଚଳ ସେରମେଲକା ପ୍ରଗଣା, ବେଲଗାଁ ଥିଲା ଗାଁକା ପ୍ରଗଣା ଓ ମଧୁପୁର ଅଞ୍ଚଳ ଥୁଲା ପ୍ରଧାନୀ ପ୍ରଗଣ। ସବୁଠି କନ୍ଧ ସର୍ଦାର ମାନେ ର୍ଗତି ଉପଭୋଗ କରୁଥିଲେ । ମଧ୍ୟସ୍ଥଳ ରେ ଅବସ୍ଥିତ ସଇଁନ୍ତଲା ଉମରା ଥିଲେ ମୁଖ୍ୟ ବାରିଭାଇ (ବାରବଂଶ) ପରମ୍ପରାରେ ଛଅଶିକା (ଭାଇ) ଲାନ୍ତ ନଦୀର ଉତ୍ତର ପଟେ ଓ ଛଅଭାଇ ଦକ୍ଷିଣ ପଟେ ରହିଲେ (ମଝିରେ ପ୍ରବାହିତ ନାଦନଦୀ) ପ୍ରଚଳିତ ସାର୍ବଜନୀନ ବିସ୍ଵାସରେ ମଣିଷ ଶିଶୁଟିଏ ଏକୋଇଶ ଦିନ ଭିତରେ ପ୍ରଥମେ ମାକୁ ଚିହ୍ନିଥାଏ ଏକୋଇଶ ଦିନ ପରେ ସେ ତାର ବାପାକୁ ଚିହ୍ନିବାର ପ୍ରାରମ୍ଭ କରେ ସେହିପରି ବଣ ଜଙ୍ଗଲରେ ପ୍ରାକୃତିକ ପ୍ରବୃଭିରେ ବାସ କରୁଥିବା ଆଦିମ ଅଧିବାସୀ କନ୍ଧ ସଂପ୍ରଦାୟ ପ୍ରଥମେ ଚନ୍ଦ୍ର, ସୂର୍ଯ୍ୟ, ମାଟି, ବୃକ୍ଷ ପ୍ରଭୃତି ପ୍ରାକୃତିକ ଉପାଦାନର ପୂଜନ ପରେ ଶକ୍ତି ଆରାଧନାକୁ ସଂସ୍କୃତିର ଅଂଶରୂପେ ଗ୍ରହଣ କଲେ । ଯେଉଁ ପ୍ରକାରେ ବି ହେଉ ଶକ୍ତି ଆରାଧନାର ପ୍ରାଧାନ୍ୟ ରହିଥିଲା କନ୍ଧ ସଂସ୍କୃତିରେ ଧରନୀ- ପେନୁ ମାତୃରୂପରେ ପୂଜୀତା । କନ୍ଧ ସଂପ୍ରଦାୟରେ ଏହି ଉପାସନା ଅଦ୍ୟାବଧ ପ୍ରବାହିତ । ଶିକାକନ୍ଧର ଦେଶଯାତ୍ରାରେ ଉପାସନା କ୍ଷେତ୍ରରେ ଟିକିଏ ଭିନ୍ନତା ପରିଲକ୍ଷିତ ହୁଏ ଯାହାକି ଚିନ୍ତନ କ୍ଷେତ୍ରରେ ସଂସ୍କାର ଧର୍ମୀ । ଏଇଠି ବି ମେରିଆ ପରମ୍ପରା ରହିଥିଲା । ବଳି ପରମ୍ପରା ଏବେବି ରହିଛି ମାତ୍ର ଶକ୍ତି ସହିତ ପିତାଙ୍କ ଅସ୍ତିତ୍ବକୁ ଏଇଠି ଅନୁଭବ କରାଯାଏ । ଏ କ୍ଷେତ୍ରରେ ଅନୁଭବର କଥାଟିଏ ମା ସହିତ ବାପା (ସ୍ରଷ୍ଟା) ଏଇଠି ଧର୍ମିୟ ଧାରଣା କୁ ପ୍ରବେଶ କରିବାର ଦ୍ଵାରଟିଏ କରିବାର ଅନୁଭୂତ ହୁଏ କେବଳ ଶକ୍ତି ଆରାଧନା କରୁଥିବା କନ୍ଧ ସଂପ୍ରଦାୟ ଭିତରେ ଅପର ପକ୍ଷରେ ଏଇଠି ଧର୍ମିୟ ଚେତନା ମାଧ୍ୟମରେ ଭାତୃଭାବ, ଐକ୍ୟବଦ୍ଧ ଜୀବନ ଚର୍ଯ୍ୟା ଓ ସଂହତିର ପ୍ରତୀକ ରୂପରେ ଶିକାକନ୍ଧର ଦେଶ ଯାତ୍ରାକୁ ଗ୍ରହଣ କରାଯାଇପାରେ । ଦେଶ ଯାତ୍ରା ଦୁଇଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥାଏ ବରଗାଁରେ । ଏହି ପର୍ଯ୍ୟାୟରେ ନାଦନଦୀର ଅପରପାର୍ଶ୍ଵ (ଦକ୍ଷିଣପଟେ) ବାସ କରୁଥିବା ଛଅ ଶିକା ଭାର ଦାୟିତ୍ବ ନେଇଥାନ୍ତି । ଏଠାରେ ବୁଢ଼ାରକା ହେଉଛନ୍ତି ମୁଖ୍ୟ ଦେବତା । ତାଙ୍କୁ ଲିଙ୍ଗ ପୂଜା ଦିଆଯାଏ ତାଙ୍କର ପାର୍ଶ୍ଵଦେବତା ହେଲେ ଦୂଆରଶନି ଓ ପାଟଦେଓ ସମଲେଇଙ୍କୁ ଶକ୍ତି ସ୍ୱରୂପ ପୂଜା ଦିଆଯାଇଥାଏ ବସ୍ତରେନ ତାଙ୍କର ପାର୍ଶ୍ଵ ଦେବତୀ ପ୍ରଥମ ପର୍ଯ୍ୟୟ ପୂଜା ବା ଯାତ୍ରା ଆରମ୍ଭ ହୁଏ ପ୍ରତି ବର୍ଷ ମାର୍ଗଶିର ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନରୁ ଶିକା କନ୍ଧମାନେ ଏହିଦିନ ଉପବାସ ରହି ନିଜ ନିଜର ଇଷ୍ଟଦେବ ଓ ଦେବୀ | ସ୍ଵଗୃହରେ ଆବାହନ କରି ପୂଜା ଦେଇଥାନ୍ତି । ପରଦିନ ଦେବୀଙ୍କୁ ଯାତ୍ରା ପାଇଁ ନିମନ୍ତ୍ରଣ କରି ଆସନ୍ତି ବରଗାଁ ଗୁଡି ନିକଟକୁ । ଅପରପକ୍ଷରେ ଉରର ପଟର ଜନ୍ମ ନେଇ ଥିବାର ଶିକାମାନେ ମଧ୍ୟ ବୁକା ଓ ପହୁର ନେଇ ସଇଁନ୍ତଲା କି ଘରକୁ ଆସନ୍ତି । ଜମିଦାର ସହିତ ସମସ୍ତେ ଆସିଥାନ୍ତି । ଶିକା ପତ୍ରାପାଲିର କନ୍ଧ ଗଉଁତିଆ ଆଣନ୍ତି ଝାପି ସମରାର ଗଉଁତିଆ (କନ୍ଧ) ଆଣନ୍ତି ଛତର । କେରମେଳି, ଲାଚୁଟ, କର୍ଲାମୁଣ୍ଡା, କନ୍ଧକେଲଗାଁ, କରେଲଧୁଆ, ଡଙ୍ଗରପଡ଼ା, ବାଗଯୋର୍, ଖର୍ଲିକାନୀ, ମୁଡସିଂ, ଏକାଗୁଡି, ଶୁଲିଆମାଳ, ତାଲ ବାହାଲ, ଶାଲେଦମକ ବ୍ରାହ୍ମଣୀ, ଡେଙ୍ଗ, ଶାନ୍ତଉପେର ପ୍ରଭୂତି ମାତ୍ର ମାନଙ୍କରେ ରହୁଥିଲା କନ୍ଧ (ଶିକା) ଗଉଁତିଆମାନେ (ବୁଦା) ଓ ପହୁର (ପୂଜା ସାମଗ୍ରୀ) ଆଣି ଆସିଥାନ୍ତି ଗଉଁନ୍ତିଆ ନିକଟସ୍ଥ ଶିକାଭାଇ (ଗଉଁତିଆ)କୁ ବରଗାଁ ଅଭିମୁଖେ ପଡୁଥିବା ତୃତୀୟ ଶିକା ଗାଁକୁ ଯିବେ । ଏପରି ସମସ୍ତେ ଶେଷରେ ସଇଁତଳା ଜମିଦାରଙ୍କୁ ଭେଟି ଏକତ୍ରିତ ଭାବରେ ବରଗାଁ ଆସନ୍ତି । ଜଣେ ପରିବାର ଭିନ୍ନ ଭିନ୍ନ ଗ୍ରାମରେ ଥିଲେ । ସେମାନେ ବି ଜନ୍ମର ଭେଟ ହୋଇ ଆସନ୍ତି ମାତ୍ର ପନ (ପଦବୀ) ଅନୁସାରେ ଗୋଟିଏ ବୁକା ଓ ପହୁର ଆଣନ୍ତି ଯେପରି ସଇଁତଳା ଡଙ୍ଗରପଡ଼ା, ବାଗଯୋର ଓ ଖର୍ଲିକାନୀ । ଦକ୍ଷିଣ ଶିକାମାନେ ପ୍ରଥମେ ପହଞ୍ଚିଥାନ୍ତି ବରଗାଁକୁ । ଉତ୍ତର ଶିକାମାନଙ୍କ ସହିତ ସଇଁନ୍ତଲା କମିଦାର ରାଜକୀୟ ଯାତ୍ରାରେ ଆସିଥାନ୍ତି । ବରଗାଁ ଛକରେ ତେନ୍ତୁଳି ଗଛତଳେ ବସେ ଶିକାକନ୍ଧ ସଭା, ବାର ଭାଇ (ବାରବଂଶ) ଶିକା ମିଳନ ଘଟେ । ଦୁଃଖ ସୁଖ ହୁଅନ୍ତି, ବୁକା ଓ ପହୁର ଗଣା ଯାଏ । ଆଣି ପାରିନଥୁବ ସିଏ ଦୁଃଖ ପ୍ରକାଶ କରି କ୍ଷମାମାଗେ ତାର କଣ ଅସୁବିଧାରୁ ଆଣିପାରିନି ଜାତିଭାଇ ତାକୁ ବୁଝିଥାନ୍ତି । ଶିକାକନ୍ଧ ସ୍ୱଭାବରେ ସ୍ଵାଭିମାନୀ ହୋଇଥିବାରୁ । ଅସୁବିଧା କାହାକୁ ଜଣାଇ ବର୍ଷତମାମ ସାହାଯ୍ୟ ମାଗେ ନାହିଁ । ଏହି ସଭାରେ ନୀରବରେ (ପହୁର-ବୁକା ନ ଆଣି) । ଭାଇମାନଙ୍କୁ ଅସୁବିଧା ଜଣାଏ ।
ଶିକା ପ୍ରଗଣାର ଗ୍ରାମ
1.କୁଇକେଡା,2.ଶିକାପତ୍ରାପାଲି,3.କମରଳଗା,4.ଡଙ୍ଗାବାହାଲ,5.ରେଙ୍ଗାଳୀ ,6.ବରଗାଁ, 7.ଭଦ୍ରା, 8. ଭଦ୍ରା ନୂଆଁବସ୍ତି ,9.ଖାସବାହାଲ, 10.ଚିତାମରା,11.ବଡମୁଣ୍ଡା ,12.ମହଗାଁ, 13.ସିଲେଟପଡା,14.ତେତେଲପଦର ,15.ଜାମପଦର, 16.ବିବିନା, 17.ଛକୋରବାଞ୍ଜି (ପଡା),18.ସଇଁତଳା, 19.ଶାନ୍ତଉପେର ,20.ବାଦୀପଡା, 21.ଡେଙ୍ଗ ,22.ଧୁନକେଡା, 23.କର୍ଳାବାହାଳି, 24.ବ୍ରାହ୍ମଣୀ, 25.କୁମ୍ଭାରୀ,26.ଡୁମେରମୁଣ୍ଡା, 27.କୁମ୍ଭେକେଲା, 28.ଖାରିବାହାଲ ,29.ତାଳବାହାଲ ,30.ଲମକାନି, 31.ସୁଲିଆମାଳ ,32.ସାଲେଦମକ ,33.ଏକାଗୁଡି, 34.ଦାବଜୁରି, 35.ଲାଚୁଟ, 36.କେରମେଲି ,37.ସାନଦାସମୁଣ୍ଡା, 38.କରେଲଧୁଆ ,39.ଗୁର୍ଲାମାଳ, 40.ଜଳିଆ,41.ବଡମୁଣ୍ଡା(କ), 42.କନ୍ଧକେଲଗାଁ, 43.ବିରାଟକାନୀ, 44.ସର୍ଗିପାଳି, 45.ଧୁମାପାଳି,46.ଝାର ସମରା, 47.ନାଇକେନସିରା, 48.ହତିସରା, 49.ସାରସବାହାଲ, 50.ବହଳି, 51.କୁଥୁର୍ଲା(ଆମ୍ବାପାଣି), 52.ମୁରସିଙ୍ଗ (ରେଙ୍ଗାଲ ପଡା),53.କରୁଆଁଝର,54.ବଡବନ୍ଧ, 55.ଲଣ୍ଡାପଥର, 56.ଅନ୍ତର୍ଲା,57.ଘାଟୁଲ(କନ୍ଧ), 58.ଡାହିମାଳ,59. ଝିଙ୍କେରମାଳ ,60.ଡୁମେରଯୋର, 61.ଡଙ୍ଗରପଡା, 62.ରାମଚନ୍ଦ୍ର ପୁର,63.ଲକ୍ଷ୍ମଣପୁର, 64.ପରୁଆଁଭାଡି, 65.ଲୁଲାଖାନ,66.କୁମୁଡିମହୁଲ, 67.ମୁଣ୍ଡାଗାଁ, 68.ସିଂହାମୁଣ୍ଡା, 69.ବନ୍ଧପଡା,70.ଡଙ୍ଗରପଡା, 71.ବଉଦିଆପାଳି , 72.କୁଠୁର୍ଡା (କରଙ୍ଗା),73.ଝୁଲାକାନୀ, 74.ଶିକୁଆଁ,75.ବାଞ୍ଜିବାହାଳି,76. ଦେଓଗାଁ(କନ୍ଧପାଳି),77. ବାଙ୍କିଆମୁଣ୍ଡା
୧. ଶାଙ୍ଗୁ, ୨. ସାତ୍ ପତ୍ରିଆ, ୩. ମରାଶିକା, ୪.ସାଆଁସିକା, ୫.ନୈଶିଆ, ୬.କୁତୁକିଆ, ୭.ମଲିକ୍, ୮.ବଣିଆମଲିକ୍, ୮. ଡାକା, ୯. ବକେରକା, ୧୦. ଜାନିଟୁପା, ୧୧. ବିଡା, ୧୨. ବରେଣ୍ଡିଆ, ୧୩. ସିଲିଶିକା