ବାର ଭାଇ ବେସ୍କା
ଆଦି ସୃଷ୍ଟିରେ ପ୍ରଥମେ କନ୍ଧ, ପରେ ଅନ୍ୟମାନେ । ପୁଣି ଏମାନେ ନିଜେ ପ୍ରଜା ଓ ନିଜେ ରାଜା ହୋଇ ସତ୍ୟ, ଶାନ୍ତି, ନ୍ୟାୟମାନି ନିରାଡମ୍ବର ଜୀବନଯାପନ କରୁଥିଲେ । ସଂପ୍ରତି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ପୂର୍ବରୁ କଳାହାଣ୍ଡିରେ କନ୍ଧମାନଙ୍କର ଅଭ୍ୟୁଦୟ ହେବାର ଜଣାଯାଏ । ଆଦିବାସୀମାନଙ୍କ ମଧ୍ୟରେ କନ୍ଧ ସଂପ୍ରଦାୟ ଅନ୍ୟତମ । ଚିର ସ୍ୱାଧୀନତା କନ୍ଧଜାତି ମୁକ୍ତ ଆକାଶର ବିହଙ୍ଗ ସଦୃଶ୍ୟ । ସେ କାହାର ଅଧୀନତା ସ୍ୱୀକାର କରେ ନାହିଁ । କେହି ତାହାର ସ୍ୱାଧୀନତାରେ ହସ୍ତକ୍ଷେପ କଲେ ସେ ବିଦ୍ରୋହୀ ହୋଇଉଠେ । ଏହି କନ୍ଧ ସଂପ୍ରଦାୟ ମଧ୍ୟରେ ଭିନ୍ନ ଏକ ବଳିଷ୍ଠ ଗୋଷ୍ଠୀ ବାରଭାଇ ବେସ୍କା ଅଟନ୍ତି । ସିଂହପରି ପରାକ୍ରମୀ ଥିବାରୁ ଏମାନଙ୍କୁ କନ୍ଧମାନଙ୍କର “ବିଜାର” ବୋଲି ଆଖ୍ୟା ଦିଆଯାଇଛି । ୧୨ଭାଇ ବେସ୍କାଙ୍କ ଉତ୍ପତ୍ତି ସ୍ଥଳ କେଉଁଠି? ସେମାନେ କେଉଁଠୁ ଆସିଲେ ଏବଂ କଳାହାଣ୍ଡିର କେଉଁ ଭୂଖଣ୍ଡରେ ଅବସତି ସ୍ଥାପନ କଲେ, ପ୍ରଚଳିତ ଲୋକ କଥାରୁ ସ୍ପଷ୍ଟ ଜଣାପଡେ ।
“ବିଞ୍ଜିଗିରି କଅନ୍ଦ୍ ଅଟେଁ ଦେଲେ କଟେଁ ପାଇସି, କାଲର ଶୁନିର ମଅନ୍ଦ୍”
ଅର୍ଥାତ୍ ଏମାନେ ବିନ୍ଧ୍ୟଗିରି ପର୍ବତରୁ ବାହାରି ବୌଦରେ ବେଦକୁ ରଖି, କଳାହାଣ୍ଡିର ଉପକଣ୍ଠ ଲବଙ୍ଗଗଡ, ସାରେଙ୍ଗଗଡ, ନାରେଙ୍ଗଗଡ ଏବଂ ବାରେଙ୍ଗଗଡ୍ରେ ବସତି କରିବାର ସୂଚନା ମିଳେ । ଅଦ୍ୟାପି ୧୨ ଭାଇ ବେସ୍କାଙ୍କ ୧୨ଟି ଧର୍ନୀ ଅସୁରକ୍ଷିତ ଅବସ୍ଥାରେ ବାରେଙ୍ଗ୍ଗଡଠାରେ (ଭାନପୁର) ମୂକସାକ୍ଷୀ ରୂପେ ରହିଛି ।
୧୨ଟି ଧରନୀ ସ୍ଥାପନ କରି ୧୨ ଭାଇ ୧୨ଟି ସ୍ଥାନ ବାଛି ନେଇ ବସତି ସ୍ଥାପନ କଲେ ।
ଡଙ୍ଗରଲା ଅର୍ଥ କନ୍ଧମାଳ, କଳାହାଣ୍ଡି ଓ ଛତିଶଗଡ ଆଡକୁ ୧୨ ଭାଇ ଆସିଥିବା ବିଷୟ ନୃସିଂହ ପୁରାଣରେ ଉଲ୍ଲେଖ ରହିଛି । ଏହି ବାର ଭାଇ ବେସ୍କାମାନେ ପ୍ରଥମେ ଦକ୍ଷିଣ ଦିଗରୁ ଉତ୍ତର ପୂର୍ବ ଦିଗକୁ ଭ୍ରମଣ କରି ବୌଦରେ ବେଦୀକୁ ରଖି ବଲାଙ୍ଗୀର ଜିଲ୍ଲା ଗୁଡଭେଳାକୁ ଆସି ପହଞ୍ଚିଲେ । ସେଠାରେ ଭେଳା ଭେଳା ହୋଇ (ଦଳ ଦଳ ହୋଇ) ରହିବାରୁ ଗୁଡଭେଲା ନାମରେ ନାମିତ ହୋଇଛି । ତାପରେ ରିଷିଡାରେ ପରସ୍ପର ମଧ୍ୟ ରିଷାରିଷି (ଦଳ ଦଳ ମଧ୍ୟରେ ଉତ୍ପନ୍ନ ହେବା) ହେବାରୁ ରିଷିଡା ନାମରେ ନାମକରଣ ହୋଇଛି । ଦିଗସିରାରେ ପହଞ୍ଚି ଦିଗ ନିର୍ଣ୍ଣୟ କରିଥିବାରୁ ଦିଗସିରା ନାମ ହୋଇଛି । ନିଜ ନିଜର ଶକ୍ତି ସାମର୍ଥ୍ୟର ତୁଳନା ତୁଣ୍ଡଳାଠାରେ ହୋଇଥିବାରୁ “ତୁଣ୍ଡଳା” ନାମକରଣ ହୋଇଅଛି । ପରେ ଥାପେନକୁ ଆସି ଧରନୀ ସ୍ଥାପନ କରିଥିବାରୁ “ଥାପେନ” ଗ୍ରାମ ହୋଇଅଛି । ସେଠାରୁ ଅମାଠ, ନୁନମାଠ, କୁଦାଳଦୋରୋ, ରାଣୀଦରୋ, ଅର୍ଜୁନ ଦରୋ, ଘାଟେନଦରୋ, ପୁଟିଛାପର ପୁଟିଗାଁ ହୋଇ ନୁନୁପୁର, ରାମପୁର, ଲବଙ୍ଗଗଡ, ସାରେଙ୍ଗଗଡ, ବରେଙ୍ଗଗଡ (ଭାନପୁର)ରେ ସ୍ଥିର ହୋଇ ରହିଲେ ।
୧୨ ଭାଇ ବେସ୍କା ହେଉଛନ୍ତି ଏକ ବର୍ଗର କନ୍ଧ । ୧୨ ଭାଇ ବେସ୍କା କନ୍ଧ ସଂପ୍ରଦାୟର ଲୋକେ ବାହାସ୍ପୋଟ ମାରି କୁହନ୍ତି- ୧୨ ବେସକା ୧୩ ଶୀକା । ଏ କଥା କହିବା ତାତ୍ପର୍ଯ୍ୟ ହେଲା ୧୨ ବେସ୍କାରେ ୧ ମିଶି ୧୩ ଶୀକା ହୋଇଥାଏ । ଏମାନଙ୍କ ଦୁଧ ଭାଇ ଅଛନ୍ତି ଏବଂ ବନ୍ଧୁ କନ୍ଧ ହେଉଛନ୍ତି ୧୮ ମାଝୀ ୧୬ ପରଧାନୀ (ପ୍ରଧାନୀ) । କନ୍ଧ ସଂପ୍ରଦାୟରେ ବର୍ଗ ଓ ଅସଂଖ୍ୟ ଉପବର୍ଗ କନ୍ଧ ଅଛନ୍ତି । ସେପରି କନ୍ଧମାଳ ଜିଲ୍ଲାରେ କନ୍ଧମାନଙ୍କୁ କୁଇ ବୋଲି କୁହାଯାଏ । ସଂସ୍କୃତ ଶବ୍ଦରେ ‘କୁ’ ଅର୍ଥ ଭୂମି । ‘ଇ’ ଅର୍ଥ ସ୍ୱୀକାର କରେ । ଯେ ଭୂମିକୁ ସ୍ୱୀକାର କରେ ତାକୁ କୁଇ ବା କନ୍ଧ କୁହାଯାଏ । ମାଟିକୁ ମାଆ ବୋଲି ସମ୍ବୋଧନ କରେ । କନ୍ଧ କେବଳ ସମ୍ବୋଧନ କରେ ନାହିଁ । ଜୀବନ ଦେଇ ମାତୃଭୂମିକୁ ଭଲପାଏ ।
କନ୍ଧମାଳ ଜିଲ୍ଲାରେ କନ୍ଧମାନଙ୍କର ମାତୃଭାଷା କୁଇ । ଏମାନେ କୁଇ କନ୍ଧ ନାମରେ ପରିଚିତ । ତେଲଗୁ ଭାଷାରେ ‘କୋଣ୍ଡା’ ଶବ୍ଦର ଅର୍ଥ ପର୍ବତ । ତେଣୁ ପର୍ବତ ଉପରେ ବାସ କରୁଥିବା ଗିରିଜନମାନଙ୍କୁ ଅଞ୍ଚଳ ଭେଦରେ କଅନ୍ଦ୍ କିମ୍ବା କନ୍ଧ ବୋଲି କୁହାଯାଏ । କନ୍ଧ-କୁଇ, ଗଣ୍ଡ-କୁଇତୁର, କିଷାନ୍-କୁହାଁ, ଓରାମ-କୁଡୁକ ପ୍ରଥମ ଅକ୍ଷର ‘କ’ ଅଟେ । ଆଞ୍ଚଳିକ ସ୍ତରରେ କନ୍ଧମାନଙ୍କର ଭାଷାର ପ୍ରଭେଦ ଦେଖାଯାଏ । କୁଇରେ ୧୨ ବର୍ଗର ଭାଇ ଅଛନ୍ତି । ଏମାନଙ୍କୁ ୧-ସାଇତି, ୨-ପାବା, ୩-ଜୁରପି, ୪-ବଙ୍ଗଡି, ୫-ପୀରା, ୬-ପାଗୁ, ୭-ସାବେତା, ୮-ମାଇଣ, ୯-ଗାଇଣ, ୧୦-ପୋଷା, ୧୧-ଲାଣ୍ଡା, ୧୨-ବଣ୍ଡୁ କୁହାଯାଏ । ସେହିପରି ଛତିଶଗଡର ଗଣ୍ଡ ସଂପ୍ରଦାୟରେ ମଧ୍ୟ ୧୨ ବର୍ଗର ଭାଇ ଅଛନ୍ତି । ୧-ଉଇକା, ୨-ଉରେଁ, ୩-ଆରମୋଁ, ୪-ଓରକାରା, ୫-କୋରାମ, ୬-ମରାପୋଁ, ୭-ଓଡେ, ୮-ଓଡାଲୀ, ୯-ପାୱଲେ, ୧୦-ଜଗତ୍, ୧୧-ନିରା ଓ ୧୨-ପୋଟା ଅଟେ ।
୧୨ ଭାଇ ୧୨ଟି ଭୀମା ଦେବତାଙ୍କୁ ପୂଜା କରନ୍ତି । ଭୀମାନଙ୍କର ୧୨ଟି ନାମ ଓ ଶିବଙ୍କର ୧୨ଟି ନାମ । ବେସ୍କା କନ୍ଧ ୧୨ ଭାଇ । ସଂତରାଂ ୧୨ ସଂଖ୍ୟାର ବିଶେଷ ମହତ୍ୱ ରହିଛି । ବର୍ଷକୁ ୧୨ ମାସ, ୧୨ ବର୍ଷରେ ଏକଯୁଗ, ୧୨ଟି ରାଶିଚକ୍ର ବାରସ୍କନ୍ଧ ପୁରାଣ, ଦିନ ୧୨ ଘଣ୍ଟା, ରାତ୍ରୀ ୧୨ ଘଣ୍ଟା । ଘଣ୍ଟା କଣ୍ଟାରେ ୧୨ଟି ସଂକ୍ୟା ଥାଏ । ଶଗଡରେ ୧୨ଟି ଆର ଥାଏ । ଜାତିର ମର୍ଯ୍ୟାଦା ଉଲ୍ଲଘଂନ କଲେ ୧୨ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଏ । ୧୨ଟିରେ ଏକ ଡଜନ୍ ହୁଏା ୧୨ ଇଞ୍ଚରେ ୧ ଫୁଟ୍ ହୁଏ । ଏକ ସଂଖ୍ୟା ପରେ ଦୁଇ ଆସେ । ଏକର ଡାହାଣରେ ଦୁଇ ଲେଖିଲେ ୧୨ ହୁଏ । ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି । ୧୨ ଭାଇ ବେସ୍କାର ୧୨ଟି ବର୍ଗ ହେବାରେ ବିଶେଷ ତାତ୍ପର୍ଯ୍ୟ ରହିଛି । ୧୨ ଭାଇ ବେସ୍କାଙ୍କର ବର୍ଗ, ଗୋତ୍ର ଦୁଧଭାଇ, ଗଡ ଓ ଦେବତାଙ୍କ ସଂକ୍ଷିପ୍ତ ବିବରଣୀ ପରବର୍ତ୍ତୀ ପୃଷ୍ଠାରେ ପ୍ରଦତ୍ତ କରାଗଲା । କଳାହାଣ୍ଡି ଭୂପୃଷ୍ଠରେ ୧୨ ଭାଇ ବେସ୍କା କନ୍ଧଙ୍କର ଭୂଖଣ୍ଡ ପୂର୍ବରେ ଶ୍ରୀପାଲିଠାରୁ ପଶ୍ଚିମରେ ଅଲାବୁଲା ବୁରାଟ ପର୍ଯ୍ୟନ୍ତ, ଦକ୍ଷିଣ ବକ୍ଟିଠାରୁ ଉତ୍ତରରେ କନ୍ଧ ବ୍ରାହ୍ମଣୀ ଯୋଡାବନ୍ଧ ପର୍ଯ୍ୟନ୍ତ ଏବଂ ସାଙ୍ଗୁଚକ୍-ଟକର୍ଲାଠାରୁ ଡଙ୍ଗାପଟା, କୁଶୁର୍ଲା କଢେଲ ପର୍ଯ୍ୟନ୍ତ ଅଟେ । କନ୍ଧମାନଙ୍କ ବର୍ଗ ଅନୁସାରେ ୩୧ ପ୍ରଗଣା ଗଢି ଉଠିଥିଲେ । ଯଥା:- କୋଟବସ୍କା ପ୍ରଗଣା, ସାଙ୍ଗପ୍ରଗଣା ।
ଦୁଦ ଭାଇ
୧.ଶିକା
୨.ମଉସୀଆ
୩.କୁତୁରକିଆ
୪.ବିଞ୍ଜୁଲକିଆ
୫.ମିଲିକ୍
୬.ଡାକା
୭.ବଣିଆମାଲିକ
୮.ଜାନୀଲୁହା
୯.ଜାନୀଟୁପା
୧୦.ଜାନୀମିଲିକ
୧୧.ବଡବୁଡୁକା
୧୨.କୁଦୁରକିଆ
୧୩.ବଡବୁଡୁକା
୧୪.ସିରପୁରିଆ
୧୫.କୁଙ୍ଗିବାଡାକା
ବନ୍ଧୁ ବର୍ଗ
୧.କଟାମାଲିଆ
୨.କାରୁକିଆ
୩.କୁରମୁଲକିଆ
୪.ଖଣ୍ଡିଙ୍ଗିଆ
୫.ଗୁବରିଆ
୬.ଘାଟିଆ
୭.ଚିନ୍ଦିରିଆ
୮.ଚେରକିଆ
୯.ଟୁର୍ଚ୍ଚିଆ(ଭୋଇ)
୧୦.ଦଣ୍ଡପାଟିଆ
୧୧.ବିନ୍ଧିନିଆ
୧୨.ଭଅଁରିଆ
୧୩.ମୁଚ୍ପେଚକିଆ
୧୪.ମୁଟ୍କିଆ
୧୫.ଗହାଲିଙ୍ଗିଆ
୧୬.ଲିଙ୍ଗିଡିଆ
୧୭.ଲିଚ୍ପିଚିଆ
୧୮.ଗଟକା
୧୯.ଗହଁକା
୨୦.ଠୁଟିବୁଡୁକା
୨୧.ତୁଡୁକା
୨୨.ବେଟକା
୨୩.ପାଲାକା
୨୪.ବିଞ୍ଜେକା
୨୫.ମାହାଡିକ
୨୬.ମିଲକି
୨୭.ଗଞ୍ଜା
୨୮.ଲୁହା
୨୯.୧୮ ମାଝୀ, ୧୬ ପ୍ରଧାନୀ ଓ ଅନ୍ୟାନ୍ୟ ବର୍ଗ ଓ ଉପବର୍ଗର ବନ୍ଧୁ ଅଛନ୍ତି ।
ଦେବୀ ଦେବତା
ଭୀମା
ଧରନୀ, ମିରଚୁକ୍
ପାଜୀରେନ୍
ଜାଡେନ୍
ଦ୍ୱାରସୁନି
ବୁଢୀଧରନୀ
କାଳିସୁନ୍ଦରୀ
ଡହକା
ମଇଲି (ଅଷ୍ଟ ମଇଲି)
ଗବଡା
ଧାନ୍ ଘରେନ୍
ପାଟଦେଓ
ଡୁମା
ଡୁକୁରୀ
କଳାପାହାଡ
ବଞ୍ଜାରୀ
ବେଦେନ୍
ଠେଙ୍ଗା
ବେଣ୍ଟ
ବାମନିସୁନ୍ଦର
ଡଙ୍ଗର
(ବିଭିନ୍ନ ଡଙ୍ଗର)
ଜେନାବୁଢା
ଭୁଆସେନ୍
ଫୁଲମତି, ସାତବହନି
ସିକେରପାଟ, ପିତୃପୁରୁଷ, କାନବେଡା, ନାକବେଡା, କୁସୁମଦେଇ, କମେଁବୁଢା, ବାରୁରା, ବସ୍ତରେନି, , ମାଣିକେଶ୍ୱରୀ ଇତ୍ୟାଦି ।
କନ୍ଧ ଗଡ
ଭାଟେଲ,କନକପୁର,ସେରଗଡ, ସାଡିଙ୍ଗତରା, ଉଫେର, ଡୁଟା,ଶ୍ରୀପାଲି, ଭାନପୁର, ରତନପୁର,ତୁଳାପଡା,ଟକର୍ଲା, ଖେତୁପଡା, ଡଙ୍ଗାପଟା ,ଡାପୋଖରୀ, କୁଶୁର୍ଲା, ବମକ, କଢେଲ ପର୍ଯ୍ୟନ୍ତ,,ବୋରିଙ୍ଗପଦର, ଖଇରମାଲ, ନୂଆପଡା, ଯୋଡାବନ୍ଧ, ଘୋଡାବନ୍ଧ, କନ୍ଧବ୍ରାହ୍ମଣୀ, କମେଁଗାଁ, ଡୁଡୁଙ୍ଗକୁପା,ଅଏଁଲାପାଲି (ମ.ରାମପୁର),ଧଅଁରାମାଳ (ମ.ରାମପୁର),ବରଗାଁ, ବିଲାଟ, ଛତାମହୁଲ, ବଲବସପୁର, ଖାଇଚୁଆଁ, ଅର୍ଜୁନ
ବାଗପୁର, ବଫଳା, ଜାମପଡା, ଯରକାଭଟା, ଗାଡୋବନ୍ଧ ପର୍ଯ୍ୟନ୍ତ